ସଂସଦ ଟିଭିର ଆକାଉଣ୍ଟ ବନ୍ଦ କଲା ୟୁଟ୍ୟୁବ

ନୂଆଦିଲ୍ଲୀ: ୟୁଟ୍ୟୁବର କମ୍ୟୁନିଟି ଗାଇଡଲାଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ସଂସଦ ଟିଭିର ୟୁଟ୍ୟୁବ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ଏହି ୟୁଟ୍ୟୁବ୍ ଚ୍ୟାନେଲରେ ଲୋକସଭା ଏବଂ ରାଜ୍ୟସଭାର ପ୍ରକ୍ରିୟା ସିଧା ପ୍ରସାରଣ ହୋଇଥାଏ ।

ପରେ ସୋସିଆଲ ମିଡିଆରେ ଖବର ଆସିଛି ଯେ ସଂସଦ ଟିଭିର ଆକାଉଣ୍ଟ ହ୍ୟାକ୍ ହୋଇଛି ଏବଂ ଏହାର ନାମ ବଦଳାଇ “ଏଥେରୟିମ୍” ରଖାଯାଇଛି ଯାହାକି ଏକ କ୍ରିପ୍ଟୋ ମୁଦ୍ରା | ଏହି ପ୍ରସଙ୍ଗରେ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ । କିନ୍ତୁ ଗୁଗୁଲ ସହ ଏହି ପ୍ରସଙ୍ଗ ଉଠାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଏହ ହ୍ୟାକିଂ ଭଳି କିଛି ଘଟିଛି। ସେ କହିଛନ୍ତି ଯେ ଗୁଗୁଲ୍ ନିକଟରେ ଅଭିଯୋଗ ହୋଇଛି ଏବଂ ସେମାନେ ଏହା ଉପରେ ନଜର ରଖିଛନ୍ତି।

ସଂସଦ ଟିଭିର ୟୁଟ୍ୟୁବ ଆକାଉଣ୍ଟର ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରାଯାଇଛି । କ୍ୟାପସନରେ କୁହାଯାଇଛି ଯେ ୟୁଟ୍ୟୁବର କମ୍ୟୁନିଟି ଗାଇଡଲାଇନକୁ ଉଲ୍ଲଂଘନ କରିଥିବାରୁ ଏହି ଆକାଉଣ୍ଟକୁ ବନ୍ଦ କରାଯାଇଛି।

Comments are closed.