ଗଞ୍ଜାମ: ୨୨ ଫୁଟ ଶାର୍କକୁ ସମୁଦ୍ରରେ ଛଡ଼ାଗଲା

ଛତ୍ରପୁର: ଗଞ୍ଜାମ ବ୍ଲକ୍ ନୂଆପୋଡ଼ମପେଟା ଗ୍ରାମ ନିକଟ ବଙ୍ଗୋପସାଗର କୂଳରୁ ଏକ ଶାର୍କ ମାଛକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାୟ ୨୨ ଫୁଟ ଲମ୍ବା ଓ ୭ ଫୁଟ ଗୋଲେଇ ଏବଂ ତିନି ହଜାର କିଲୋଗ୍ରାମରୁ ଅଧିକ ଓଜନର ଏହି ଶାର୍କକୁ କୂଳରେ ଭାସୁଥିବା ଦେଖିଥିଲେ ସ୍ଥାନୀୟ ମତ୍ସ୍ୟଜୀବୀ। ଏନେଇ ବନ ବିଭାଗକୁ ଖବର ଦେବା ପରେ ବିଭାଗୀୟ କର୍ମଚାରୀ ପହଞ୍ଚି ଥିଲେ। ଫରେଷ୍ଟ ଗାର୍ଡ, ଫରେଷ୍ଟର, ମତ୍ସ୍ୟଜୀବୀ ଓ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଲାଗି ନିୟୋଜିତ କର୍ମୀଚାରୀ ଶାର୍କଟିକୁ ଠେଲି ସୁରକ୍ଷିତ ଭାବେ ସମୁଦ୍ର ପାଣିରେ ଛାଡିଥିଲେ।

Comments are closed.