ଭାରତୀୟ ସାଂସଦଙ୍କ ଉପରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଜଣାଇଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ସମ୍ପର୍କରେ ଗୁରୁବାର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହସିନ୍ ଲୋଙ୍ଗଙ୍କ ମନ୍ତବ୍ୟ ନେଇ ଭାରତ ଆପତ୍ତି ଉଠାଇଛି । ଏହି ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସିଙ୍ଗାପୁରର ହାଇ କମିଶନଙ୍କ ସହ ଏହି ପ୍ରସଙ୍ଗ ଉଠାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହସିନ୍ ଲୋଙ୍ଗ୍ ମଙ୍ଗଳବାର ସଂସଦରେ ‘ଦେଶରେ ଗଣତନ୍ତ୍ର କିପରି କାର୍ଯ୍ୟ କରିବ’ ଶୀର୍ଷକ ପ୍ରସଙ୍ଗରେ ଜୋରଦାର ବିତର୍କ ବେଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଉଦାହରଣ ଦେଇଥିଲେ ।

ସେ କହିଥିଲେ ଯେ ଅଧିକାଂଶ ଦେଶ ଉଚ୍ଚ ଆଦର୍ଶ ଏବଂ ମହାନ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ଏବଂ ଏପରି ନୀତି ସହ ସେମାନଙ୍କର ଯାତ୍ରା ଆରମ୍ଭ କରନ୍ତି | କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଷ୍ଠାତା ନେତା ଏବଂ ଭବିଷ୍ୟତ ପିଢ଼ି ମଧ୍ୟରେ ଆଦର୍ଶଗତ ତାରତମ୍ୟ ଦେଖିବାକୁ ମିଳିଥାଏ ।

ଲି କହିଥିଲେ ଯେ ନେହେରୁଙ୍କ ଭାରତ ଏବେ ଏପରି ହୋଇଛି ଯେଉଁଠାରେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଲୋକସଭାରେ ପ୍ରାୟ ସବୁ ସାଂସଦଙ୍କ ବିରୋଧରେ ବଳାତ୍କାର ଓ ହତ୍ୟା ମାମଲା ବିଚାରାଧୀନ ଅଛି। ତେବେ ଏହା ମଧ୍ୟ କୁହାଯାଇଛି ଯେ ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ଅନେକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

Comments are closed.