ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ ତାଲିକା ପ୍ରକାଶ

ଭୁବନେଶ୍ୱର: ଆଗାମୀ ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍‌ ତାଲିକା ପ୍ରକାଶ ପାଇଛି । ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ୪୮ଟି ମୁନିସିପାଲିଟି ଓ ୫୯ଟି ବିଜ୍ଞ
ପିତ ଅଞ୍ଚଳ ପରିଷଦ ସହ ମୋଟ ୧୦୭ଟି ପୌରାଞ୍ଚଳ ରହିଛି । ୩ଟି ମହାନଗର ନିଗମ, ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ୱାର୍ଡ ସଂଖ୍ୟା ହେଉଛି ୧୭୬୩ । ମୁନିସିପାଲିଟି ଓ ବିଜ୍ଞପିତ ଅଞ୍ଚଳ ପରିଷଦର ମୋଟ ବୁଥ୍‌ ସଂଖ୍ୟା ହେଉଛି ୩୧୭୭ । ମହାନଗର ନିଗମର ସମୁଦାୟ ୱାର୍ଡ ସଂଖ୍ୟା ହେଉଛି ୧୬୮ ଓ ବୁଥ୍‌ ସଂଖ୍ୟା ୧୪୦୭ ରହିଛି ।

କଟକ ମହାନଗର ନିଗମର ୫୯ଟି ୱାର୍ଡ ଓ ୪୫୨ଟି ବୁଥ୍‌ ଥିବାବେଳେ ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡ ଓ ୨୫୦ଟି ବୁଥ୍‌ ରହିଛି । ଭୁବନେଶ୍ୱର ମହାନଗର ନିଗମରେ ୬୭ଟି ୱାର୍ଡ, ୭୦୫ଟି ବୁଥ୍‌ରେ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Comments are closed.