ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ- ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପରେ ସେ ବିମଳା, ମା’ ଲକ୍ଷ୍ମୀ ଓ ବଟ ଗଣେଶଙ୍କ ଦର୍ଶନ କରିଥିଲେ ।

କିର୍ତ୍ତନ ଚକଡ଼ାରେ ଛିଡ଼ା ହୋଇ ରାଷ୍ଟ୍ରପତି ନୀଳଚକ୍ରରେ ବାନା ବନ୍ଧା ଦୃଶ୍ୟ ମଧ୍ୟ ଦେଖିଥିଲେ । ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟା ୫ଘଣ୍ଟା ୧୦ ମିନିଟ ସମୟରେ ତାଙ୍କ କାରକେଡ୍ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ତାଙ୍କ କୌଳିକ ପଣ୍ଡା ତାଙ୍କୁ ପାଛୋଟି ନେଇଥିଲେ । ଏହା ପରେ ସପତ୍ନିକ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ ରାଷ୍ଟ୍ରପତି । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ୍ ରହିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାକୁ ଦୃଷ୍ଟିରେ ରଖି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିର ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯାଇଥିଲା ।

Comments are closed.