ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି

ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ୨୯ ଜିଲ୍ଲାର ୬୩ ବ୍ଲକରେ ହେଉଛି ମତଦାନ। ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ। ୧୩ ଶହ ୮୨ ସରପଞ୍ଚଙ୍କୁ ବାଛିବେ ୫୬ ଲକ୍ଷରୁ ଅଧିକ ଭୋଟର । ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୨୪୦ ପ୍ଲାଟୁନ ଫୋର୍ସ । ୧୬୨୫ ମୋବାଇଲ ୟୁନିଟ ମଧ୍ୟ ମୁତୟନ ହୋଇଛନ୍ତି ।

Comments are closed.