ଜାତୀୟ ହ୍ବିଲ୍ ଚେୟାର ଫେନସିଂ ଚାମ୍ପିୟନସିପ୍ ପାଇଁ ଓଡ଼ିଶା ଦଳରେ ଗଞ୍ଜାମର ଦୁଇ ଖେଳାଳି ସାମିଲ

ଭୁବନେଶ୍ୱର: ଚଳିତ ମାସ ୨୫ରୁ ଆରମ୍ଭ ହେଉଥିବା ୧୪ତମ ଜାତୀୟ ହ୍ବିଲ୍ ଚେୟାର ଫେନସିଂ ଚାମ୍ପିୟନସିପ୍ ପାଇଁ ଓଡ଼ିଶାର ୧୨ ଜଣିଆ ଦଳ ଘୋଷଣା କରାଯାଇଛି। ଓଡ଼ିଶା ଦଳରେ ଗଞ୍ଜାମ ଜିଲ୍ଲାର ଦୁଇ ଖେଳାଳି ଭି.ରମେଶ ରାଓ ଓ ନିକୁ ପ୍ରଧାନଙ୍କୁ ସାମିଲ କରାଯାଇଛି । ରମେଶ ୨୦୧୭ ଜାତୀୟ ଜାତୀୟ ହ୍ବିଲ୍ ଚେୟାର ଫେନସିଂ ଚାମ୍ପିୟନସିପରେ ଗଞ୍ଜାମର ରମେଶ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୪ତମ ସଂସ୍କରଣ ଫେବୃଆରୀ ୨୫ରୁ ୨୭ ଯାଏଁ ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଳବାଇ ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୨୫୦ରୁ ଊର୍ଦ୍ଧ୍ଵ ପାରା ଫେନସିଂ ଖେଳାଳି ଅଂଶଗ୍ରହଣ କରିବେ।

Comments are closed.