ଟିମ୍ ଇଣ୍ଡିଆକୁ ଧକ୍କା, ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ଦୀପକ ଚହର ବାଦ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଫାଷ୍ଟ ବୋଲର ଦୀପକ ଚହର ହାମଷ୍ଟ୍ରିଂ ସମସ୍ୟା ଯୋଗୁଁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍ ପଡିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଭଲ ଫର୍ମରେ ଥିଲେ।

କୋଲକାତାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ବେଳେ ଚହର ଆହତ ହୋଇଥିଲେ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, “ତାଙ୍କୁ ଏହି ସିରିଜରୁ ବାଦ୍ ଦିଆଯାଇଛି ଏବଂ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ତାଙ୍କର ଫିଟନେସ୍ ପ୍ରକ୍ରିୟା ଶେଷ ହେବ।

ଦେଖିବାକୁ ବାକି ରହିଲା ଚହର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ପାଇଁ ଫିଟ୍ ହେବେ କି ନୁହେଁ। ଆଇପିଏଲର ପରବର୍ତ୍ତୀ ସିଜନ୍ ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି | ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଉପଅଧିନାୟକ ଯସପ୍ରୀତ ବୁମ୍ରା ଦଳରେ ଯୋଗ ଦେଇଥିବାରୁ ଟିମ୍ ମ୍ୟାନେଜମେଣ୍ଟ କୌଣସି ବିକଳ୍ପ ମାଗି ନାହାଁନ୍ତି।

ଫେବୃଆରୀରୁ ୨୪ରୁ ଶ୍ରୀଲଙ୍କା ବିପକ୍ଷ ଟି -୨୦ ସିରିଜ୍ ଖେଳାଯିବ | ଏହି ସିରିଜର ପ୍ରଥମ ମ୍ୟାଚ୍ ଲକ୍ଷ୍ନୈ|ରେ ଅନୁଷ୍ଠିତ ହେବ | ଯଦି ଉଭୟ ଦଳର ରେକର୍ଡକୁ ଦେଖାଯାଏ, ତେବେ ଟିମ୍ ଇଣ୍ଡିଆ ପଲା ଭାରି ଥିବା ପରି ମନେହୁଏ | ୨୦୦୯ ପରଠାରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋଟ ୨୨ ଟି-୨୦ ମ୍ୟାଚ୍ ଖେଳାଯାଇଛି। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ୧୪ଟି ମ୍ୟାଚ୍ ଜିତିଥିବା ବେଳେ ୭ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି | ଭାରତର ବିଜୟ ହାର ୬୬.୬୬ ରହିଛି।

Comments are closed.