ରସିକିଆ ଠକ ଡାକ୍ତରଙ୍କ ସହଯୋଗୀ ଭଉଣୀ ବି ଗିରଫ

ଭୁବନେଶ୍ୱର : ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ଭଉଣୀ ବି ଗିରଫ ହୋଇଛନ୍ତି । ଭାଇର ଠକେଇରେ ସହଯୋଗ କରି ନିଜର ଭାଗ ନେଉଥିଲେ ଭଉଣୀ । କମିଶନରେଟ ପୋଲିସ ତାଙ୍କୁ ଆଜି ବାନ୍ଧିଛି । ଠକ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ତାଲିକା ଲମ୍ବି ଚାଲିଥିବା ବେଳେ ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଭଉଣୀ ରଶ୍ମିତା ବେଉରାଙ୍କୁ ଉଠାଇ ନେଇ ପଚରାଉଚରା କରୁଥିଲା ପୋଲିସ୍‌ । ଆଜି ସ୍ପେଶାଲ ସ୍କ୍ୱାଡ ଉଭୟ ଭାଇଭଉଣୀଙ୍କୁ ମୁହାଁମୁହିଁ ଜେରା କରିବା ପରେ ରଶ୍ମିତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଜେରା ବେଳେ ଠକେଇ ପ୍ରମାଣ ମିଳିବା ପରେ ରଶ୍ମିତାଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

Comments are closed.