ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

ବୌଦ୍ଧ: ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟୁଛି । ଏହି ଘଟଣାଟି ଘଟୁଛି ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ତାଳସରଡ଼ା ଗାଁ ଠାରେ । ଏହାକୁ କେନ୍ଦ୍ରକରି ଘଟଣା ସ୍ଥଳରେ ଚାପାଉତ୍ତେଜନା ଦେଖାଦେଇଛି । ମିଳିଥିବା ଖବର ଅନୁସାରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ତାଳସରଡା ଗ୍ରାମରୁ ବାଇକ ଆରୋହୀ ଦ୍ବୟ ସୋନପୁର ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ମାନେଶ୍ବର ଛକ ନିକଟରେ ବାଇକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ପ୍ରାଣବାୟୁ ଉଡିଯାଇଥିଲା । ମୃତକ ଦୁଇ ଜଣ ହେଲେ କେଶବ ପେରା ଓ ରୁକୁଣି ରଣବିଡା। ସୂଚନା ପାଇ ବାଉଁଶୁଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.