ୟୁକ୍ରେନରେ ଧ୍ବଂସର ତାଣ୍ଡବ ରଚି ଚାଲିଛନ୍ତି ରୁଷ୍ ସେନା, ଉଡ଼ାଇଲେ ଗ୍ୟାସ୍ ପାଇପଲାଇନ୍

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି | ୟୁକ୍ରେନର ଆଭ୍ୟନ୍ତରୀଣ ଅଞ୍ଚଳରେ ରୁଷ ସୈନ୍ୟ ବାହିନୀ ଧ୍ବଂସର ତାଣ୍ଡବ ରଚି ଚାଲିଛି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିଭରେ ରୁଷ୍ ସେନା ଏକ ଗ୍ୟାସ୍ ପାଇପଲାଇନକୁ ଉଡ଼ାଇ ଦେଇଛି | ଅନ୍ୟପଟେ ଜର୍ମାନୀ ଏବଂ ଫ୍ରାନ୍ସ ୟୁକ୍ରେନ ପ୍ରତି ସାମରିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି | ସୂଚନା ଅନୁଯାୟୀ, ରୁଷର ସେନା କିଭରୁ ମାତ୍ର ଚାରି କିଲୋମିଟର ଦୂରରେ ଅଛନ୍ତି । ସେହି ସମୟରେ ୟୁକ୍ରେନର ସୈନିକମାନେ ସହରକୁ ଚାରିପଟୁ ଘେରି ରହିଛନ୍ତି ।

ୟୁକ୍ରେନର ଅନେକ ଅଞ୍ଚଳରେ ରୁଷୀୟ ସେନା ବୋମା ବର୍ଷଣ ଜାରି ରଖିଛି | ଏଭଳି ପରିସ୍ଥିତିରେ ନା କେବଳ ୟୁକ୍ରେନରେ ଲୋକ ପ୍ରାଣ ହରାଉଛନ୍ତି, ବରଂ ଅନ୍ୟ ଦେଶର ନାଗରିକ ମଧ୍ୟ ରୁଷର କ୍ଷେପଣାସ୍ତ୍ର ମାଡ଼ର ଶିକାର ହୋଇଛନ୍ତି। ଏହି ଯୁଦ୍ଧରେ ଗ୍ରୀସର ୧୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଗ୍ରୀସ୍ ଏହି ପ୍ରସଙ୍ଗରେ ରୁଷର ରାଷ୍ଟ୍ରଦୂତଙ୍କୁ ସମନ କରିଛି ।
ଗୋଟିଏ ପଟେ ରୁଷ୍ ଆକ୍ରମଣ ଜାରି ରଖିଥିବା ବେଳେ ଅନ୍ୟପଟେ ୟୁକ୍ରେନ ମଧ୍ୟ ଦାବି କରିଛି ଯେ ଏହା ୩୫୦୦ ରୁଷ ସୈନ୍ୟଙ୍କୁ ମାରିଥିବା ବେଳେ ୮ ହେଲିକପେକ୍ଟରକୁ ଧ୍ବସ୍ତ କରିଛି | ରୁଷୀୟ ବିମାନ ଖସାଇବାର ଫଟୋ ଜାରି କରିଛି ୟୁକ୍ରେନ | ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଯୁଦ୍ଧ ମଧ୍ୟ ଆହୁରି ଭୀଷଣ ହେବାରେ ଲାଗିଛି ।

Comments are closed.