ପ୍ରଥମ ଦିନ ଗଣତିର ଚୂଡାନ୍ତ ଫଳାଫଳ: ବିଜେଡି ୨୮୧ ଜିଲ୍ଲା ପରିଷଦ ଜୋନରେ ବିଜୟୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ଶନିବାର ଦିନ ୩୧୫ ଜିଲ୍ଲା ପରିଷଦ ଜୋନ୍ ପାଇଁ ହୋଇଥିବା ଭୋଟ୍‌ ଗଣତିର ଫଳାଫଳ ଆସିଛି। ଗଣତି ‌ ୩୧୫ ଜୋନ୍‌ ମଧ୍ୟରୁ ୩୧୪ଟିର ଚୂଡ଼ାନ୍ତ ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ବିଜୁ ଜନତା ଦଳକୁ ୨୮୧ଟି ଜୋନ୍‌ରେ ବିଜୟ ମିଳିଛି। ଭାରତୀୟ ଜନତା ପାର୍ଟି ୧୫ଟି ଜୋନ୍‌ରେ ବିଜୟୀ ହୋଇଥିଲା ବେଳେ କଂଗ୍ରେସ ୧୪ଟି ଜୋନ୍‌କୁ ଦଖଲ କରିଛି। ସ୍ବାଧୀନ ପ୍ରାର୍ଥୀ ୨ଟି ଜୋନ୍‌ରେ ବିଜୟୀ ହୋଇଥିବା ବେଳେ ଅନ୍ୟମାନେ ୨ଟି ଜୋନ୍‌ରେ ଜିତିଛନ୍ତି।

Comments are closed.