ରୁଷ୍-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

କିଭ୍: ୟୁକ୍ରେନ ଉପରେ ସୋମବାର ପଞ୍ଚମ ଦିନ ମଧ୍ୟ ରୁଷର ବୋମା ବର୍ଷଣ ଜାରି ରହିଛି। ଯୁଦ୍ଧ ଶେଷ କରିବାକୁ ଉଭୟ ଦେଶ ବେଲାରୁଷରେ ଆଲୋଚନା ଆରମ୍ଭ କରିଛନ୍ତି। କଥାବାର୍ତ୍ତା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି କହିଛନ୍ତି , “ଏହି କଥାବାର୍ତ୍ତା ସଫଳ ହେବ ବୋଲି ଆମେ ଆଶା କରୁନାହୁଁ, କିନ୍ତୁ ଶାନ୍ତି ପାଇଁ ଚେଷ୍ଟା କରିବାର କୌଣସି କ୍ଷତି ନାହିଁ।”

କଥାବାର୍ତ୍ତା ଆରମ୍ଭ ହେବା ପୂର୍ବରୁ ୟୁକ୍ରେନ ରୁଷକୁ ୟୁକ୍ରେନ ସୀମାରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ କହିଥିଲା। ଅନ୍ୟପକ୍ଷରେ ବେଲାରୁଷ ରୁଷକୁ ସମର୍ଥନ ଜଣାଇ ୟୁକ୍ରେନକୁ ସୈନ୍ୟ ପଠାଇବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷେ ୟୁରୋପୀୟ ଦେଶ ଲାଟଭିଆ ରୁଷ ସହ ଯୁଦ୍ଧରେ ୟୁକ୍ରେନ ପ୍ରତି ସହଯୋଗର ହାତ ବଢ଼ାଇଛି । ଲାଟଭିଆ ଏହାର ନାଗରିକମାନଙ୍କୁ ୟୁକ୍ରେନ ଯୁଦ୍ଧରେ ଯୋଗଦେବାକୁ ଅନୁମତି ଦେଇଛି | ଏଠାରେ ସଂସଦ ଏକ ସଂକଳ୍ପ ପାରିତ କରିଛି। ଏଥିରେ କୁହାଯାଇଛି ଯେ ଯଦି ଲାଟଭିଆର ନାଗରିକ ୟୁକ୍ରେନ ସୈନ୍ୟଙ୍କ ସହ ଯୁଦ୍ଧରେ ସାମିଲ ହେବାକୁ ଚାହାଁନ୍ତି, ତେବେ ସେମାନେ ଯାଇପାରିବେ। ଏହାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି ରୁଷ ବିରୋଧରେ ଲଢେଇରେ ଯୋଗଦେବାକୁ ସମଗ ବିଶ୍ୱର ଲୋକଙ୍କୁ ନିବେଦନ କରିଥିଲେ।

Comments are closed.