ଶିବରାତ୍ରୀ ଅଵସରରେ ଚଳଚଞ୍ଚଳ ଅଷ୍ଟଶମ୍ଭୁଙ୍କ ପୀଠ

ସୁବର୍ଣ୍ଣପୁର: ଆଜି ପବିତ୍ର ମହାଶିବରାତ୍ରୀ । ରାଜ୍ୟରେ ଅନ୍ୟତମ ମନ୍ଦିର ମାଳିନୀ ସହର କୁହାଯାଉଥିବା ସୁବର୍ଣ୍ଣପୁରର ଜାଗର ଯାତ୍ରା ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ଏହି ଅବସରରେ କୋଭିଡ କଟକଣା ଭିତରେ ଶ୍ରଦ୍ଧାଳୁ ଅଷ୍ଟଶମ୍ଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ।

ଶିବରାତ୍ରୀ ଉପଲକ୍ଷେ ପ୍ରସିଦ୍ଧ ରାମେଶ୍ବର ମନ୍ଦିର ,ସୁବର୍ଣ୍ଣମେରୁ ,ପଶ୍ଚିମ ସୋମନାଥ ,ଗୋକର୍ଣ୍ଣେଶ୍ବର ପୀଠ ଆଦିରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ସାମାଜିକ ଦୂରତା ପାଳନ କରିବା ସହ ସମସ୍ତ ଗାଇଡଲାଇନକୁ ମାନିବା ପାଇଁ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ଦର୍ଶନରେ କଟକଣା କୋହଳ କରାଯାଇ ଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇ ନଥିବା ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଛି l

Comments are closed.