ନିରାଡ଼ମ୍ବରରେ ବିଜୁ ଜୟନ୍ତୀ ପାଳନ ପାଇଁ ବିଜେଡି ବିଧାୟକଙ୍କୁ ନବୀନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ଅଭୁତପୂର୍ବ ସଫଳତା ପରେ ମଧ୍ୟ ବିଜେଡି କୌଣସି ବଡ଼ ଧରଣର ବିଜୟ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରିବ ନାହିଁ । ଏପରିକି ଆସନ୍ତା ୫ ତାରିଖରେ ବିଜୁ ଜୟନ୍ତୀରେ ମଧ୍ୟ ଉତ୍ସବ ମନାଇବାକୁ ମନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁବାବୁଙ୍କ ଜୟନ୍ତୀକୁ ନିରାଡ଼ମ୍ବର ଭାବେ ପାଳନ କରିବା ପାଇଁ ସବୁ ଦଳୀୟ ବିଧାୟକଙ୍କୁ ସେ ପତ୍ର ଲେଖିଛନ୍ତି। ଏହି ଦିନ ସାଧାରଣ ସଭା ଆୟୋଜନ କରାଯାଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରିବାକୁ କୁହାଯାଇଛି । ବିଜୁ ବାବୁଙ୍କ ଜନ୍ମ ଦିବସରେ ବିଜେଡିର ପ୍ରତ୍ୟେକ ସଦସ୍ୟ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ ପାଳନ କରିବା ନିମନ୍ତେ ପ୍ରତିବଦ୍ଧ ହେବା ପାଇଁ ଆହ୍ବାନ ଦେଇଛନ୍ତି ଦଳ ସଭାପତି ।

Comments are closed.