ଲାଞ୍ଚୁଆ ବିଇଓଙ୍କୁ ଧରିଲା ଭିଜିଲାନ୍ସ

ରାୟଗଡ଼ା – ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଶିକ୍ଷାଧିକାରୀ ଅନ୍ତର୍ଯ୍ୟାମୀ ବେହେରା । ବକେୟା ଦେୟ ଓ ପେନସନ ଚୂଡାନ୍ତ ପାଇଁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ବିଇଓ ଜଣକ ୧୦ ହଜାର ଟଙ୍କା ଦାବି କରିଥିଲେ । ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ଅଭିଯୋଗ କାରୀଙ୍କ ଠାରୁ ସୂଚନା ପାଇଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ । ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

Comments are closed.