ସହିଦ ଦିଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବରଗଡ: ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ଖର୍ସଲ ଗ୍ରାମରେ ସହିଦ ଦିଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ସହ ସହିଦଙ୍କ ବଳିଦାନ ଉପରେ ସ୍ମୃତି ଚାରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ ସଭା ଆୟୋଜିତ ହୋଇଥିଲା । ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝରର ପୂର୍ବତନ ବିଧାୟକ ପ୍ରାଣବଲ୍ଲବ ନାଏକ, ଗଣ୍ଡ ସମାଜର ବରଗଡ ଜିଲ୍ଲା ସଭାପତି ଲକ୍ଷ୍ମୀନାରାୟଣ ସିଂ, ସମାଜର ଜଡ଼ିତ ସମସ୍ତ ସଦସ୍ୟ ତଥା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Comments are closed.