ୟୁରୋପର ସବୁଠୁ ବଡ଼ ଆଣବିକ ପ୍ଲାଣ୍ଟ ଉପରେ ରୁଷର ମିସାଇଲ ମାଡ଼, ବିକିରଣ ଆଶଙ୍କା

କିଭ୍:ରୁଷ୍ ସେନା ୟୁକ୍ରେନର ଏନର୍ହୋଦର ସହର ଉପରେ ନିଜ ଆକ୍ରମଣକୁ ଜୋରଦାର କରିଛି ଏବଂ ୟୁରୋପର ସବୁଠୁ ବଡ଼ ଆଣବିକ ପ୍ଲାଣ୍ଟ ଉପରେ ମିସାଇଲ ମାଡ଼ କରିଛି। ଆଣବିକ ପ୍ଲାଣ୍ଟରେ ନିଆଁ ଲାଗିବା ପରେ ସେଠାରୁ ବିକିରଣ ଆଶଙ୍କା ରହିଛି |

ପ୍ଲାଣ୍ଟ ପ୍ରବକ୍ତା ଆଣ୍ଡ୍ରେ ତୁଜ ୟୁକ୍ରେନ ଟେଲିଭିଜନକୁ କହିଛନ୍ତି ଯେ ରୁଷ ମିସାଇଲ୍ ସିଧାସଳଖ ପ୍ଲାଣ୍ଟ ଉପରେ ପଡ଼ିଥିଲା ​​ଏବଂ ୬ଟି ରିଆକ୍ଟର ମଧ୍ୟରୁ ଗୋଟିଏରେ ନିଆଁ ଲାଗିଯାଇଥିଲା | ଯଦିଓ ଏହି ରିଆକ୍ଟର ମରାମତି ଚାଲିଥିଲା ​​ଏବଂ ଏହା ବନ୍ଦ ଥିଲା, କିନ୍ତୁ ଏହା ଭିତରେ ପରମାଣୁ ଇନ୍ଧନ ଅଛି |

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଟ୍ବିଟ୍ କରି କହିଛନ୍ତି ଯେ ରୁଷ ସେନା ପକ୍ଷରୁ ଗୁଳିମାଡ଼ ହେଉଥିବାରୁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ପାରୁନାହିଁ । ଏହି ଆକ୍ରମଣକୁ ବନ୍ଦ କରିବା ଏବଂ ଭିତରକୁ ଅଗ୍ନିଶମ କର୍ମଚାରୀଙ୍କୁ ଅନୁମତି ଦେବା ପାଇଁ ରୁଷ୍ ବୈଦେଶିକ ମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି।

ଆମେରିକୀୟ ଆଣବିକ ସୋସାଇଟି ଏହି ଆକ୍ରମଣକୁ ନିନ୍ଦା କରିଛି, କିନ୍ତୁ ବର୍ତ୍ତମାନର ବିକିରଣ ସ୍ତର ସାମାନ୍ୟ ରହିଛି ବୋଲି କହିଛି।

Comments are closed.