ପରୀକ୍ଷା ପୂର୍ବରୁ ଯୁକ୍ତ ଦୁଇ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର- ଆସନ୍ତା ଏପ୍ରିଲ ମାସରେ ଯୁକ୍ତ ଦୁଇ କଳା, ବାଣିଜ୍ୟ,ବିଜ୍ଞାନ ପରୀକ୍ଷା ହେବ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ତାରିଖ ଘୋଷଣା କରାଯାଇନଥିଲେ ମଧ୍ୟ ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜରେ ସିସିଟିଭି କ୍ୟାମେରା ଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ସମସ୍ତ ପରୀକ୍ଷା କେନ୍ଦ୍ର, ଉପକେନ୍ଦ୍ର, ପରୀକ୍ଷା ପରିଚାଳନା ହବ୍‌, ସେଲ୍ଫ ଫାଇନାନ୍ସିଂ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ମାର୍ଚ୍ଚ ୨୬ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଉଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଲ୍ଫ ଫାଇନାସିଂ କଲେଜଗୁଡ଼ିକୁ ମାର୍ଚ୍ଚ ୧୫ସୁଦ୍ଧା ସିସିଟିଭି ଲଗାଇବାକୁ କୁହାଯାଇଛି ।ଆସନ୍ତା ୧୭ତାରିଖ ସୁଦ୍ଧା ସେଲ୍ଫ ଫାଇନାସିଂ କଲେଜଗୁଡ଼ିକ ସାମ୍ସ ୱେବ ସାଇଟରେ ସିସିଟିଭି କ୍ୟାମେରା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଯଦି କୌଣସି କଲେଜ ସିସିଟିଭି ଲଗାଇବାରେ ବିଫଳ ହୁଅନ୍ତି ସେଠାକାର ପରୀକ୍ଷା କେନ୍ଦ୍ର ବାତିଲ କରିବା ଦିଗରେ ପଦକ୍ଷେପ ନିଆଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

Comments are closed.