ବିଧାନସଭା ଜନାଦେଶ: ପଛରେ ପଡ଼ିଛନ୍ତି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ସମେତ ପାଞ୍ଚଟି ରାଜ୍ୟରେ ନୂଆ ବିଧାନସଭା ଗଠନ ପାଇଁ ଗଣନା ଚାଲିଛି। ୟୁପି ଏବଂ ଉତ୍ତରପ୍ରଦେଶରୁ ଆସୁଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ସଂଖ୍ୟାଗରିଷ୍ଠତା ଅଭିମୁଖେ ଅଗ୍ରସର ହେଉଛି । ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଆଗୁଆ ରହିଛି। ଗୋଆ ଓ ମଣିପୁରରେ କଂଗ୍ରେସ ଠାରୁ ବିଜେପି ସାମାନ୍ୟ ଆଗୁଆ ରହିଛି । ଅନ୍ୟପକ୍ଷରେ ଯଦି ପାଞ୍ଚ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ଦେଖାଯାଏ, ତେବେ ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମାନେ ନିଜ ନିଜ ଆସନରେ ପଛୁଆ ଅଛନ୍ତି | କିନ୍ତୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ୪୪୬୪ ଭୋଟରେ ଆଗୁଆ ଅଛନ୍ତି।

ଉତ୍ତରପ୍ରଦେଶ ବିଧାନସଭାର ୪୦୩ ଟି ସିଟ୍ ମଧ୍ୟରୁ ୨୪୦ଟିରେ ଆସନରେ ବିଜେପି ଆଗୁଆ ରହିଛି। ଏଥିସହ ସମାଜବାଦୀ ପାର୍ଟି ୧୦୫ ଟି ଆସନରେ ଆଗୁଆ ରହିଛି। ବିଏସପି ପାଞ୍ଚଟି ଏବଂ କଂଗ୍ରେସ ଚାରିଟି ଆସନରେ ଆଗୁଆ ଥିବାବେଳେ ଜନସତ୍ତା ଦଳ ଲୋକତାନ୍ତ୍ରିକ ଗୋଟିଏ ସିଟରେ ଆଗୁଆ ଅଛନ୍ତି।

Comments are closed.