ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ମଧ୍ୟ ଆଗରେ ବିଜେପି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ମଧ୍ୟ ବିଜେପି ସରକାର ଗଢ଼ିବା ଅଭିମୁଖେ ଯାଉଥିବା ସଦ୍ୟତମ ଟ୍ରେଣ୍ଡରୁ ଜଣାପଡ଼ିଛି । ଗୋଆରେ ଗୋଆରେ ବିଜେପି ୧୮ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ପ୍ରାର୍ଥୀମାନେ ୧୩ ଟି ଆସନରେ ଆଗୁଆ ଅଛନ୍ତି। ଏହା ବ୍ୟତୀତ ଟିଏମସି ମିଳିତ ମଞ୍ଚ ପାଞ୍ଚଟି ଆସନରେ ଆଗୁଆ ରହିଛି। ମଣିପୁରରେ ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ମଣିପୁରରେ ୨୮ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ଅନ୍ୟପଟେ କଂଗ୍ରେସ କେବଳ ଆଠଟି ଆସନରେ ଅଗ୍ରଣୀ ବଜାୟ ରଖିଛି।

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ବର୍ତ୍ତମାନ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡରେ ବିଜେପି ୪୫ ଆସନ ସହ ସଂଖ୍ୟାଗରିଷ୍ଠତା ଅତିକ୍ରମ କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ କଂଗ୍ରେସ କେବଳ ୨୦ ଟି ଆସନରେ ସୀମିତ ରହିଥିବାବେଳେ ଆମ୍ ଆଦମୀ ପାର୍ଟି ଏହାର ଖାତା ଖୋଲିବାକୁ ସକ୍ଷମ ହୋଇନାହାଁନ୍ତି।

Comments are closed.