ଉତ୍ତର ପ୍ରଦେଶ: ବିଜେପିର ରେକର୍ଡ ବିଜୟ ସତ୍ତ୍ୱେ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କ ସମେତ ଯୋଗୀ ସରକାରର ୧୦ ମନ୍ତ୍ରୀ ଚିତ୍

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶରେ ବିଜେପି ରେକର୍ଡ ବିଜୟ ହାସଲ କରିଛି। ଗତ ୩୭ ବର୍ଷ ମଧ୍ୟରେ କୌଣସି ଦଳ କ୍ରମାଗତ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିଛି । ବିଜେପିର ଐତିହାସିକ ବିଜୟ ସତ୍ତ୍ୱେ ଯୋଗୀ ସରକାରଙ୍କ ଅନେକ ବଡ଼ ନେତା ପରାସ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସମେତ ଯୋଗୀ ସରକାରର ୧୧ ଜଣ ମନ୍ତ୍ରୀ ଅଛନ୍ତି ‌।

ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ ରାଜ୍ୟର ସମସ୍ତ ୪୦୨ ଟି ଆସନର ଫଳାଫଳ ପ୍ରକାଶ ପାଇଛି। ଏଥିମଧ୍ୟରୁ ବିଜେପି ୨୫୫ ଟି ଆସନ ଜିତିଛି। ଏହାର ସହଯୋଗୀ ଆପନା ଦଳ (ସୋନେଲାଲ) କୁ ୧୨ଟି ଏବଂ ନିଶାଦ ପାର୍ଟିକୁ ୬ଟି ସିଟ୍ ମିଳିଛି। ବିରୋଧୀ ସମାଜବାଦୀ ପାର୍ଟି କେବଳ ୧୧୧ଟି ଆସନ ଜିତିଛି।

ବିଜେପିର ଯେଉଁ ନେତା ଓ‌ ମନ୍ତ୍ରୀ ଏଥର ହାରିଛନ୍ତି ସେମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏକ ବଡ଼ ନାମ। ମୌର୍ଯ୍ୟଙ୍କୁ ସମାଜବାଦୀ ପାର୍ଟିର ପଲ୍ଲବୀ ପଟେଲ ସିରାଥୁ ଆସନରୁ ୭୩୩୭ ଭୋଟରେ ପରାସ୍ତ କରିଛନ୍ତି | ପଲ୍ଲବୀ ପଟେଲ ଏସପିଙ୍କ ସହଯୋଗୀ ଆପ୍ନା ଡାଲ (କାମାରାୱାଡି) ର ଉପାଧ୍ୟକ୍ଷା ଅଟନ୍ତି।

ଆଖୁ ମନ୍ତ୍ରୀ ସୁରେଶ ରାଣା ଶାମଲି ଜିଲ୍ଲାର ଥାନାଭବନ ଆସନରୁ ୧୦,୦୦୦ ରୁ ଅଧିକ ଭୋଟରେ ଆରଏଲଡି ପ୍ରାର୍ଥୀ ଆଶରଫ ଅଲି ଖାନଙ୍କ ଠାରୁ ହାରିଯାଇଛନ୍ତି।

ଅନ୍ୟ ଜଣେ ମନ୍ତ୍ରୀ ଛତ୍ରପାଲ ସିଂ ଗଙ୍ଗୱାର ମଧ୍ୟ ବରେଲି ଜିଲ୍ଲାର ବାହେରୀ ଆସନରେ ପରାସ୍ତ ହୋଇଛନ୍ତି । ତାଙ୍କୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅଟୋର ରହମାନ ୩୩୫୫ ଭୋଟରେ ହରାଇଛନ୍ତି।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂ ଓରଫ୍ ମୋତି ସିଂ ୨୨,୦୫୧ ଭୋଟରେ ସମାଜବାଦୀ ପାର୍ଟିର ରାମ ସିଂଙ୍କ ଠାରୁ ପ୍ରତାପଗଡର ପଟ୍ଟି ଆସନରୁ ହାରିଯାଇଛନ୍ତି।

ଯୋଗୀ ସରକାରଙ୍କ ଅନ୍ୟ ଜଣେ ମନ୍ତ୍ରୀ ଚନ୍ଦ୍ରିକା ପ୍ରସାଦ ଉପାଧ୍ୟାୟ ମଧ୍ୟ ମାଟି କାମୁଡିଛନ୍ତି । ଚିତ୍ରକୋଟରେ ସିଟରେ ତାଙ୍କୁ ସମାଜବାଦୀ ପାର୍ଟିର ଅନିଲ କୁମାର ୨୦,୮୭୬ ଭୋଟରେ ମାତ୍ ଦେଇଛନ୍ତି ।

ମନ୍ତ୍ରୀ ଆନନ୍ଦ ସ୍ବରୂପ ଶୁକ୍ଲା ବାଲିଆ ଜିଲ୍ଲାର ବରିଆ ଆସନରୁ ସମାଜବାଦୀ ପାର୍ଟିର ଜୟପ୍ରକାଶ ଅଞ୍ଚଲଙ୍କ ଠାରୁ ୧୨,୯୫୧ ଭୋଟରେ ପରାସ୍ତ ହୋଇଛନ୍ତି। ଗତ ଥର ଶୁକ୍ଲା ବାଲିଆ ଆସନରୁ ଲଢିଥିଲେ, କିନ୍ତୁ ଏଥର ବିଜେପି ତାଙ୍କୁ ବିଧାୟକ ସୁରେନ୍ଦ୍ର ସିଂଙ୍କ ବଦଳରେ ବରିଆ ଆସନରୁ ପ୍ରାର୍ଥୀ କରିଥିଲା ।

ୟୁପି କ୍ରୀଡ଼ା ମନ୍ତ୍ରୀ ଉପେନ୍ଦ୍ର ତିୱାରୀଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି । ବଲିଆର ଫେଫନା ଆସନରୁ ତିୱାରୀଙ୍କୁ ୧୯,୩୫୪ ଭୋଟରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ସାଙ୍ଗରାମ ସିଂ ହରାଇଛନ୍ତି। ଏଥିସହିତ ସମାଜବାଦୀ ପାର୍ଟିର ଉଷା ମୌର୍ଯ୍ୟ ଫତେହପୁରର ହୁସେନଗଞ୍ଜ ଆସନରେ ମନ୍ତ୍ରୀ ରଣଭେନ୍ଦ୍ର ସିଂ ଧୁନିଙ୍କୁ ୨୫,୧୮୧ ଭୋଟରେ ପରାସ୍ତ କରିଛନ୍ତି।

ଅରାୟା ଜିଲ୍ଲାର ଦିବ୍ୟାପୁର ଆସନରେ ସମାଜବାଦୀ ପାର୍ଟିର ପ୍ରଦୀପ କୁମାର ଯାଦବ ୪୭୩ ଭୋଟରେ ଲଖନ ସିଂ ରାଜପୁତଙ୍କୁ ହରାଇଥିବା ବେଳେ ସିଦ୍ଧାର୍ଥନଗର ଜିଲ୍ଲାର ଏଟାୱା ଆସନରେ ରାଜ୍ୟ ମୌଳିକ ଶିକ୍ଷା ମନ୍ତ୍ରୀ ସତୀଶ ଚନ୍ଦ୍ର ଦ୍ୱିବେଦୀଙ୍କୁ ଏସପି ପ୍ରାର୍ଥୀ ମାତା ପ୍ରସାଦ ପାଣ୍ଡେ ୧,୬୬୨ ଭୋଟରେ ପରାସ୍ତ କରିଛନ୍ତି।

ଅନ୍ୟ ଜଣେ ମନ୍ତ୍ରୀ ସଂଗୀତ ବଲୱନ୍ତଙ୍କୁ ଗାଜିପୁର ଆସନରେ ୧,୬୯୨ ଭୋଟରେ ଏସପିର ଜୟ କିଶନ ପରାସ୍ତ କରିଛନ୍ତି।

Comments are closed.