୨୭୭ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ନିର୍ବାଚିତ

ଭୁବନେଶ୍ୱର- ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ଅଧିକାଂଶ ବ୍ଲକରେ ବାଜିମାତ କରିଛି ବିଜେଡି । ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ବିଜେଡି, ବିଜେପି ଏବଂ କଂଗ୍ରେସ କସରତ ଚଳାଇଥିଲେ । ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ୨୭୭ ବ୍ଲକରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ବିଜେପି ସମର୍ଥିତ ପ୍ରାର୍ଥୀ ମାତ୍ର୨୧ଟି ବ୍ଲକ ଅଧ୍ୟକ୍ଷ ପଦ ଜିତିଥିଲା ବେଳେ କଂଗ୍ରେସକୁ ୧୩ ଓ ସିପିଏମ ସମର୍ଥିତ ପ୍ରାର୍ଥୀ ୩ଟି ବ୍ଲକରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଆଜି ୩୦ ଜିଲ୍ଲାର ଜିଲ୍ଲା ପରିଷଦର ଅଧ୍ୟକ୍ଷ ନିର୍ବାଚନ ହେବ ।

Comments are closed.