ପୋଲାଣ୍ଡ ସୁନ୍ଦରୀ କରୋଲିନା ବିଲାଓ୍ବାସ୍କା ଜିତିଲେ ମିସ୍ ୱାର୍ଲ୍ଡ ଟାଇଟଲ୍

ପୁଏର୍ତୋ ରିକୋ: ପୋଲାଣ୍ଡ ସୁନ୍ଦରୀ କରୋଲିନା ବିଲାଓ୍ବାସ୍କା ମିସ୍ ୱାର୍ଲ୍ଡ ୨୦୨୧ ଟାଇଟଲ ଜିତିଛନ୍ତି । ପୁଏର୍ତୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ୭୦ ତମ ସଂସ୍କରଣରେ ଭାରତୀୟ-ଆମେରିକୀୟ ଶ୍ରୀସୈନି ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ପଶ୍ଚିମ ଆଫ୍ରିକୀୟ ଦେଶ ଆଇଭୋରୀ କୋଷ୍ଟର ଅଲିଭିଆ ୟେସ୍ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ। ଭାରତର ମାନସା ବାରାଣସୀ ଏହି‌ ସୁନ୍ଦରୀ ପ୍ରତିଯୋଗିତାରେ ଟପ-୧୩ରେ ପହଞ୍ଚିବା ପରେ ବାଦ୍ ପଡ଼ିଥିଲେ ।

ପୁଏର୍ତୋ ରିକୋରେ ଅନୁଷ୍ଠିତ ହୋଇଥିବା ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ଏହା ୭୦ ତମ ସଂସ୍କରଣ ଥିଲା | ଏହାପୂର୍ବରୁ ମିସ୍ ୱାର୍ଲ୍ଡ ୨୦୨୧ ଡିସେମ୍ବର ୧୭ରେ ହେବାର ଥିଲା, କିନ୍ତୁ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

Comments are closed.