ଗୀତା ମାହାତ୍ମ୍ୟ: ବାହ୍ୟସ୍ପର୍ଶଶ୍ୱସକ୍ତାତ୍ମା ବିନ୍ଦତ୍ୟାତ୍ମନି ଯତସୁଖମ। ସ ବ୍ରହ୍ମଯୋଗଯୁକ୍ତାତ୍ମା ସୁଖମକ୍ଷୟ ମଷ୍ଣୁତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ବାହ୍ୟସ୍ପର୍ଶଶ୍ୱସକ୍ତାତ୍ମା ବିନ୍ଦତ୍ୟାତ୍ମନି ଯତସୁଖମ।
ସ ବ୍ରହ୍ମଯୋଗଯୁକ୍ତାତ୍ମା ସୁଖମକ୍ଷୟ ମଷ୍ଣୁତେ।।

ହେ ଅର୍ଜ୍ଜୁନ ! ବାହ୍ୟ ବିଷୟରେ ଆଶକ୍ତିରହିତ- ଅନ୍ତଃକରଣ ବିଶିଷ୍ଟ ସାଧକ ଆତ୍ମାରେ ଯେଉଁ ଧ୍ୟାନ ଜନିତ ସାତ୍ଵିକ ଆନନ୍ଦ ରହିଛି, ତାହା ପ୍ରାପ୍ତ ହୁଅନ୍ତି। ତାପରେ ସଚ୍ଚିଦାନନ୍ଦଘନ ପରଂ ବ୍ରହ୍ମପରମାତ୍ମା ଙ୍କର ଧ୍ୟାନ ରୂପକ ଯୋଗରେ ଅଭିନ୍ନ ଭାବରେ ଅବସ୍ଥିତ ହୋଇ ପୁରୁଷ ଅକ୍ଷୟ ଆନନ୍ଦ ଅନୁଭବ କରନ୍ତି।

( ଗୀତା ୫ମ ଅ। ୨୧ଶ ଶ୍ଲୋକ )

Comments are closed.