ଜାମିନ ଆବେଦନ ଖାରଜ : ଜେଲ ଗଲେ ନିରଞ୍ଜନ

ଭଦ୍ରକ – ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି | ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି | ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ନେଇ ପ୍ରମାଣ ପାଇବା ପରେ ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ ଓ ଭୁବନେଶ୍ବର ଖଣ୍ଡଗିରି ଛକଠାରେ ଥିବା ରାଜ କମୁନିକେସନର ମାଲିକ ରଞ୍ଜନ କୁମାର ନାୟକକୁ ଆଜି ଗିରଫ କରାଯାଇଥିଲା |

ସେମାନଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା | ନିରଞ୍ଜନଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି |

Comments are closed.