କ୍ରମାଗତ ଦ୍ୱିତୀୟ ଦିନ ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦ ପଇସା ଲେଖାଏଁ ବଢିଛି। ଗତକାଲି ୧୩୭ ଦିନ ପରେ ଇନ୍ଧନ ମୂଲ୍ୟ ବଢିଥିଲା ଏବଂ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦-୮୦ ପଇସା ବୃଦ୍ଧି ପାଇଥିଲା |

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ସହ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୦୧ ଟଙ୍କା ହୋଇଛି। ଏଥି ସହିତ ଡିଜେଲ ଲିଟର ପିଛା ୮୮.୨୭ ଟଙ୍କାରେ ପହଞ୍ଚିଛି।

Comments are closed.