ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର: ବିଏମସି ମହାନଗର ନିଗମ ନିର୍ବାଚନରେ ନିଜ ମତଦାନ ସାବ୍ୟସ୍ତ କଲେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର। ଭୁବନେଶ୍ୱର ୟୁନିଟ ୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୧୬ ବୁଥରେ ସେ ଭୋଟ ଦେଇଛନ୍ତି। ତାଙ୍କ ସହ ପତ୍ନୀ ଶ୍ରୀମତୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ ଦେଇଛନ୍ତି। ଏହି ଅବସରରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର ମତଦାନ ପ୍ରକ୍ରିୟାରେ ନିଜକୁ ସାମିଲ କରିବା ଲାଗି ପୋରାଞ୍ଚଳର ନାଗରିକ ମାନଙ୍କୁ ନିବେଦନ କରିଥିଲେ।

ସୂଚନା ଯୋଗ୍ୟ, ଏହି ବୁଥରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ନିଜ ଭୋଟ ଦେଇଥିଲେ।

Comments are closed.