ବ୍ରହ୍ମପୁର ମେୟର ପଦ ହାତେଇଲା ବିଜେଡ଼ି, ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ଦଳେଇ

ବ୍ରହ୍ମପୁର: ସମ୍ମାନଜନକ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ଦଳେଇ ୨୦,୨୮୬ ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସବିତା ସୁଆର ପାଣିଗ୍ରାହୀଙ୍କୁ ହରାଇଛନ୍ତି । ସଂଘମିତ୍ରା ୬୬,୦୬୮ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସବିତା ୪୫,୭୮୨ ଖଣ୍ଡ ଭୋଟ୍ ପାଇଥିଲେ । ଆମ୍ ଆଦମୀ ପାର୍ଟିର ସି.ପ୍ରିୟଙ୍କା ୭୪୫୩ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଥିଲେ ।

ବିଜେଡ଼ି ତୃତୀୟ ଥର ପାଇଁ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ହାତେଇଛି ।

Comments are closed.