ଭୋପାଳର ଲୋକଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକଙ୍କ ନାଁରେ ମାମଲା

ମୁମ୍ବାଇ: ‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ମୁମ୍ବାଇର ଭର୍ସୋଭା ପୋଲିସ ଥାନାରେ ଅଭିଯୋଗ ହୋଇଛି। ନିକଟରେ ଏକ ସାକ୍ଷାତକାରରେ ବିବେକ ଅଗ୍ନିହୋତ୍ରୀ ଭୋପାଳର ଲୋକଙ୍କ ଉପରେ ଏକ ବିବାଦୀୟ ଶବ୍ଦ ବ୍ୟବହାର କରିଥିଲେ। ରୋହିତ ପାଣ୍ଡେ ନାମକ ଜଣେ ବ୍ୟକ୍ତି ଅଗ୍ନିହୋତ୍ରୀଙ୍କ ବିରୋଧରେ ଏହି ଅଭିଯୋଗ ରୁଜୁ କରିଛନ୍ତି ।

ଫିଲ୍ମ ‘କାଶ୍ମୀର ଫାଇଲ୍ସ’ କୁ ନେଇ ସାରା ଦେଶରେ ଚହଳ ସୃଷ୍ଟି ହୋଇଛି | କିଛି ଲୋକ ଏହି ଫିଲ୍ମକୁ ପସନ୍ଦ କରୁଥିବା ବେଳେ ଅନ୍ୟ କିଛି ଏହାକୁ ସମାଜରେ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ଏକ ପ୍ରୟାସ ବୋଲି କହିଛନ୍ତି ।

ନିକଟରେ ତାଙ୍କର ଏକ ମନ୍ତବ୍ୟ ପାଇଁ ‘କାଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁଣି ବିବାଦକୁ ଆସିଛନ୍ତି। ଅଗ୍ନିହୋତ୍ରୀଙ୍କ ମନ୍ତବ୍ୟ ପରେ ରାଜନୀତି ବି ଜୋର୍ ଧରିଛି। କିଛି ସପ୍ତାହ ତଳେ ଏକ ପୋର୍ଟାଲକୁ ଏକ ସାକ୍ଷାତକାରରେ ଅଗ୍ନିହୋତ୍ରୀ କହିଥିଲେ ଯେ ଭୋପାଳୀ (ଭୋପାଳ ବାସିନ୍ଦା) ଅର୍ଥ ଜଣେ ସାଧାରଣ ସମଲିଙ୍ଗୀ କିମ୍ବା ନବାବୀ ସଉକ୍ ଥିବା ବ୍ୟକ୍ତି |

ବିବେକ ଅଗ୍ନିହୋତ୍ରୀଙ୍କ ସମଲିଙ୍ଗୀ ବକ୍ତବ୍ୟର ଜବାବ ଦେଇ ପୂର୍ବତନ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଟୁଇଟ୍ କରି କହିଛନ୍ତି ଯେ ବିବେକ ଅଗ୍ନିହୋତ୍ରୀ ଜୀ, ଏହା ଆପଣଙ୍କର ବ୍ୟକ୍ତିଗତ ଅନୁଭୂତି ହୋଇପାରେ, ସାଧାରଣ ଭୋପାଳ ବାସିନ୍ଦାଙ୍କର ନୁହେଁ | ମୁଁ ମଧ୍ୟ ୭୭ ରୁ ଭୋପାଳ ଏବଂ ଭୋପାଲବାସୀଙ୍କ ସହ ଯୋଗାଯୋଗରେ ଅଛି । କିନ୍ତୁ ମୁଁ ଏଭଳି କେବେ ଅନୁଭବ କରିନାହିଁ | ଆପଣ ଯେଉଁଠାରେ ରୁହନ୍ତି, ସଙ୍ଗତର ପ୍ରଭାବ ତ ନିଶ୍ଚୟ ପଡ଼ିବ |

ପୂର୍ବତନ ମନ୍ତ୍ରୀ ଜୟବର୍ଦ୍ଧନ ସିଂ ମଧ୍ୟ ଏକ ଟୁଇଟ୍ ମାଧ୍ୟମରେ ବିବେକ ଅଗ୍ନିହୋତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, ଶସ୍ତା ଲୋକପ୍ରିୟତା ଏବଂ ଟଙ୍କା ପ୍ରତି ଲୋଭ ତାଙ୍କ ମୁଣ୍ଡ ଖରାପ କରିଦେଇଛି। ଆମ ରାଜ୍ୟର ରାଜଧାନୀ ଉପରେ ଏହି ମନ୍ତବ୍ୟ ଅତ୍ୟନ୍ତ ଆପତ୍ତିଜନକ | ସେ ତୁରନ୍ତ କ୍ଷମା ମାଗିବା ଉଚିତ୍ | ଯଦି ନୁହେଁ, ତେବେ ଆମ ଗୃହମନ୍ତ୍ରୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବେ କି?

Comments are closed.