ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ ତଳମୁହାଁ ଧାରା ଜାରି ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ରବିବାରର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧,୪୨୧ କରୋନା ମାମଲା ରିପୋର୍ଟ ହୋଇଛି। ଦିନକରେ ୧୪୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧,୮୨୬ ଜଣ ସୁସ୍ଥ ହୋଇଛନ୍ତି। ସବୁଠୁ ବଡ କଥା ହେଉଛି ବର୍ତ୍ତମାନ ଦେଶରେ ମାତ୍ର ୧୬,୧୮୭ ସକ୍ରିୟ ମାମଲା ରହିଛି। ମହାମାରୀ ଆରମ୍ଭରୁ ସୁସ୍ଥ ହୋଇଥିବା ମୋଟ ରୋଗୀଙ୍କ ସଂଖ୍ୟା ୪.୨୪ କୋଟି (୪,୨୪,୮୨,୨୬୨) କୁ ବୃଦ୍ଧି ପାଇଛି।
ମୋଟ ମାମଲା: ୪,୩୦,୧୯,୪୫୩
ସକ୍ରିୟ ମାମଲା: ୧୬,୧୮୭
ମୋଟ ସୁସ୍ଥ: ୪,୨୪,୮୨,୨୬୨
ମୋଟ ମୃତ୍ୟୁ: ୫,୨୧,୦୦୪
ମୋଟ ଟିକାକରଣ: ୧,୮୩,୨୦,୧୦,୦୩୦
Comments are closed.