ଭୁବନେଶ୍ୱର ମହାନଗର ନିଗମରେ ମହିଳାଙ୍କ ପତିଆରା

ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଏଥର ନୂଆ ଧାରା ଦେଖିବାକୁ ମିଳିଛି । ନିଗମରେ ବଢ଼ିଛି ମହିଳାଙ୍କ ପତିଆରା । ସୁଲୋଚନା ଦାସ ମହାନଗର ନିଗମର ପ୍ରଥମ ମହିଳା ମେୟର ହୋଇଥିବାବେଳେ, ଏଥର ଅଧାରୁ ଅଧିକ ୱାର୍ଡରେ ମହିଳା କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଭୁବନେଶ୍ୱରର ମୋଟ ୬୭ଟି ୱାର୍ଡ ମଧ୍ୟରୁ ୪୨ଟିରେ ମହିଳା କର୍ପୋରେଟର ବିଜୟୀ ହୋଇଛନ୍ତି । ଯାହାକି ମୋଟ ଆସନର ୬୨ ପ୍ରତିଶତ । ସେମାନଙ୍କ ମଧ୍ୟରୁ ବିଜେଡିରୁ ୨୮, ବିଜେପିରୁ ୮, ସ୍ୱାଧୀନ ୪ ଜଣ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମକୁ ଏତେ ସଂଖ୍ୟାରେ ମହିଳା ପ୍ରାର୍ଥୀ ବିଜୟୀ ହୋଇ ଆସିବା ପ୍ରଥମ ଘଟଣା । ଏଥିସହ ପ୍ରଥମ ଥର ପାଇଁ ଭୁବନେଶ୍ୱରକୁ ପ୍ରଥମ ମହିଳା ମିଳିଛନ୍ତି ।

Comments are closed.