ଗୋଲମରିଚର ପ୍ରୟୋଗାତ୍ମକ ଗୁଣ: ଏହାର ଉପଯୁକ୍ତ ପ୍ରୟୋଗ ଦ୍ୱାରା ହୋଇପାରିବ ଭାଗ୍ୟର ପରିବର୍ତ୍ତନ

ପ୍ରତ୍ୟେକ ମଣିଷର ଜୀବନ ଭାଗ୍ୟଦ୍ୱାରା ନିୟନ୍ତ୍ରିତ। କେବଳ ଭାଗ୍ୟ ଉପରେ ନିର୍ଭର କରି ଯଦି ନିଜର ଜୀବନ ନିର୍ବାହ କରାଯାଏ ତେବେ ବେଳେ ବେଳେ ସଫଳତାର ଦ୍ୱାର ଦେଶରୁ ଫେରି ଆସିବାକୁ ପଡେ। ତେଣୁ ଭାଗ୍ୟ ସହିତ ଉଚିତ କର୍ମ କରିବା ନିହାତି ଆବଶ୍ୟକ। ଉଚିତ କର୍ମ କଲେ ଭାଗ୍ୟ ପୂର୍ଣ୍ଣ ମାତ୍ରାରେ ନିଜର ସାଥ ଦେଇ ଥାଏ। ଅନେକ ହେତୁବାଦୀ ଓ ବସ୍ତୁବାଦୀ ମାନେ ଭାଗ୍ୟକୁ ମାନି ନଥାନ୍ତି। କିନ୍ତୁ ଭାଗ୍ୟ ରହିଛି ଏବଂ ତାର କାମ ଉପଯୁକ୍ତ ସମୟରେ ସିଏ କରୁଛି। ଅବଶ୍ୟ ହିନ୍ଦୁ ଶାସ୍ତ୍ର ମତରେ ପୂର୍ବ ଜନ୍ମର କର୍ମଫଳ ଅନୁଯାୟୀ ଭାଗ୍ୟ ନିୟନ୍ତ୍ରିତ ହୋଇଥାଏ। ଅନେକ ସମୟରେ ଆମେ ଅନୁଭବ କରିଥାଉ ଭାଗ୍ୟ ଆମର ସାଥ ଦେଉନାହିଁ। ତେଣୁ ଏପରି କିଛି ବ୍ୟବସ୍ଥା ଆମ ବାସ୍ତୁ ଶାସ୍ତ୍ରରେ ରହିଛି ଯାହାକୁ ପ୍ରୟୋଗ କଲେ ଭାଗ୍ୟ ଆମ ସହିତ ସାଥ ଦେଇଥାଏ। ସେଥି ମଧ୍ୟରୁ ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ଗୋଲମରିଚ ଅନ୍ୟତମ।

ଆମେ ଜୀବନରେ ଅନେକ ପରିଶ୍ରମ କରୁଛେ। କିନ୍ତୁ ଆଶାନୁରୂପ ଫଳ ଆମକୁ ମିଳୁନାହିଁ। ଏତିକି ତ ଫଳ ମିଳୁ ଯେତିକି ପରିଶ୍ରମ କରୁଛନ୍ତି। ଖାଇବା ପିଇବା ସହିତ ଅଳ୍ପ ବଞ୍ଚେଇକି ରଖିପାରିବେ ଭବିଷ୍ୟତ ପାଇଁ। କିନ୍ତୁ ଆଜି ଆମେ ଛୋଟ ଉପାୟ ଜଣେଇବୁ ଯାହା ଜୀବନରେ ଥିବା ସମସ୍ୟାରୁ ଆପଣଙ୍କୁ ବାହାରକୁ ବାହାର କରିବ ଏବଂ ସମସ୍ତ ପ୍ରକାରର ଭାଗ୍ୟର ଯେଉଁ ବାଧା ଅଛି ଏଥିରୁ ବି ଆପଣଙ୍କୁ ବାହାର କରିବ।

ନବଗ୍ରହ ମଧ୍ୟରୁ ଶନିଗ୍ରହଙ୍କ ସହ ଗୋଲମରିଚର ରହିଛି ନିବିଡ ସମ୍ପର୍କ।

ଗୋଲମରିଚ ସହିତ ଅଛି ସିଧା ସମ୍ବଦ୍ଧ ରହିଛି ଶନିଗ୍ରହଙ୍କ । ଶନିଦେବଙ୍କ ଅର୍ଥ ଆକସ୍ମିକ ରୂପରେ ଜୀବନରେ ସମସ୍ୟା କିମ୍ବା ଶନିଦେବ କ୍ରୋଧିତ ହୋଇଯାନ୍ତି ତ ବ୍ୟକ୍ତିକୁ ରାଜାରୁ ଭିକାରୀ ବନେଇ ଦେଇଥାନ୍ତି ଏବଂ ଯଦି ପ୍ରସନ୍ନ ହୋଇଯାନ୍ତି ତ ଭିକାରୀରୁ ରାଜା ବନେଇ ଦେଇଥାନ୍ତି।

ଅଚାନକ ଜୀବନରେ ଢେର ସାରା ଧନ ସମ୍ପତ୍ତି ଖୁସି ଆସିଥାଏ। ଜୀବନରେ ଯଦି ଆପଣ ସମସ୍ତ ପରିଶ୍ରମ କରିବା ପରେ ବି ସଫଳତା ଆପଣଙ୍କୁ ମିଳୁନାହିଁ ସମସ୍ୟା ଅଧିକ ଅଛି ତ ଆପଣଙ୍କୁ ୫ ଟି ଗୋଲମରିଚର ଦାନା ନେବାକୁ ପଡିବ। ଏହା ସ୍ୱାସ୍ଥ୍ୟ ପାଇଁ ତ ହିତକାରୀ ହୋଇଥାଏ କିନ୍ତୁ ଏହା ପ୍ରୟୋଗାତ୍ମକ ଦିଗରେ ବି ବ୍ୟବହାର ହୋଇଥାଏ। ଆଉ ଏହା ସାହାର୍ଯ୍ୟରେ ଭାଗ୍ୟର ସାଥ ମିଳିଥାଏ। ସଙ୍କଟରୁ ମୁକ୍ତି ମିଳିଥାଏ ଏବଂ ଭାଗ୍ୟକୁ ମଜବୁତ ବନେଇବା ପାଇଁ ଯେଉଁ ଗୋଲମରିଚର ତୁଟକା ଅଟେ ତାହା ମଙ୍ଗଳବାର ଦିନ ଆପଣ କରିବେ ତ ଭାଗ୍ୟର ସାଥ ଆପଣଙ୍କୁ ନିଶ୍ଚିତ ମିଳିବ। କ୍ରମଶଃ…….. ( ସଂଗୃହିତ )

Comments are closed.