ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ – ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ । ପେଟ୍ରୋଲ ଲିଟର ପିଛା ୭୬ ପଇସାରୁ ଊର୍ଦ୍ଧ୍ୱ ଓ ଡିଜେଲ୍ ଲିଟର ୬୭ ପଇସାରୁ ଅଧିକ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ୧୦୦.୨୧ ଓ ଡିଜେଲ୍ ୯୧.୪୭ ଟଙ୍କା ହୋଇଥିବା ବେଳେ ଭୁବନେଶ୍ୱରରେ ପେଟ୍ରୋଲ ୮୬ ପଇସା ଓ ଡିଜେଲ ୭୪ ପଇସା ବଢ଼ିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୭.୧୧ ଓ ଡିଜେଲ୍ ୯୬.୮୩ ଟଙ୍କା ହୋଇଛି ।

Comments are closed.