ଶ୍ରୀନଗରରେ ଏନକାଉଣ୍ଟର, ଦୁଇ ଲସ୍କର ଆତଙ୍କୀ ନିହତ

ଶ୍ରୀନଗର: ଆଜି ଶ୍ରୀନଗରର ରାଇନାୱାରୀ ଅଞ୍ଚଳରେ ଘଟିଥିବା ଏକ ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତାଇବା / ରେଜିଷ୍ଟାନ୍ସ ଫ୍ରଣ୍ଟର ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ କହିଛନ୍ତି ଯେ ଏହି ଦୁଇ ଆତଙ୍କବାଦୀ ସାଧାରଣ ନାଗରିକଙ୍କ ହତ୍ୟା ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରାଯାଇଛି ବୋଲି ପୋଲିସ କହିଛି। ନିହତ ଆତଙ୍କବାଦୀ ନିକଟରୁ ଏକ ମିଡିଆ ପରିଚୟ ପତ୍ର (ଆଇଡି) ଉଦ୍ଧାର କରାଯାଇଛି। ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜିପି) କାଶ୍ମୀର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଜମ୍ମୁକାଶ୍ମୀର ପୋଲିସ୍ ଟ୍ୱିଟ୍ କରି ଲେଖିଛି ଯେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କରର ନିହତ ଆତଙ୍କବାଦୀ ପାଖରେ ମିଡିଆ ପରିଚୟ ପତ୍ର (ଆଇଡି) ରହିଛି। ଏହା ଗଣମାଧ୍ୟମର ଅପବ୍ୟବହାରର ଏକ ସ୍ପଷ୍ଟ ମାମଲା ।

Comments are closed.