ଉତ୍କଳ ଦିବସକୁ ଆଡ଼ମ୍ବରରେ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର- ଉତ୍କଳ ଦିବସକୁ ଆଡ଼ମ୍ବରରେ ପାଳନ କରିବେ ରାଜ୍ୟ ସରକାର । ଏପ୍ରିଲ ୧ ତାରିଖରେ ପ୍ରତି ଜିଲ୍ଲାରେ ସଭା ସମିତି ଆୟୋଜନ କରାଯିବ । ଏହାର ଆୟୋଜନର ଦାୟିତ୍ୱ ଜିଲ୍ଲା ପରିଷଦ ସଭାପତି ମାନେ ନେବେ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ସେହିଦିନ ସନ୍ଧ୍ୟା ୬ଟାରେ ସମଗ୍ର ରାଜ୍ୟରେ ସମୂହ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ ।

Comments are closed.