ବଢ଼ିଲା ଏଲପିଜି ମୂଲ୍ୟ, ସିଲିଣ୍ଡର ପିଛା ୨୫୦ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ଆଜିଠାରୁ ସମଗ୍ର ଦେଶରେ ଏଲପିଜି ସିଲିଣ୍ଡରର ନୂଆ ଦର ଜାରି କରାଯାଇଛି। ଏଥର ଏଲପିଜି ଗ୍ୟାସ ସିଲିଣ୍ଡର ୨୫୦ ଟଙ୍କା ମହଙ୍ଗା ହୋଇଛି । ତେବେ କେବଳ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି ଘଟିଛି। ଘରୋଇ ଏଲପିଜି ଦର ଅପରିବର୍ତ୍ତିତ ରଖାଯାଇଛି | କାରଣ ୧୦ ଦିନ ପୂର୍ବରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲାବେଳେ ମାର୍ଚ୍ଚ ୨୨ ରେ କମର୍ସିଆଲ ସିଲିଣ୍ଡର ଶସ୍ତା ହୋଇଥିଲା | ଗତ ଦୁଇ ମାସ ମଧ୍ୟରେ ଏପର୍ଯ୍ୟନ୍ତ ୩୪୬ ଟଙ୍କା ବୃଦ୍ଧି ଘଟିଛି |

ଦୀର୍ଘ ସମୟ ପରେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ଗ୍ରାହକମାନେ ଦରବୃଦ୍ଧିର ଶିକାର ହେବାକୁ ଲାଗିଲେ | ମାର୍ଚ୍ଚ ୨୨ ରେ ସବସିଡି ଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢିଥିଲା। ଉଲ୍ଲେଖଯୋଗ୍ୟ, ୧୯ କିଲୋଗ୍ରାମର କମର୍ସିଆଲ ଏଲପିଜି ସିଲିଣ୍ଡର ଆଜିଠାରୁ ଦିଲ୍ଲୀରେ ୨୨୫୩ ଟଙ୍କାରେ ଉପଲବ୍ଧ ହେବ |

Comments are closed.