ପଶ୍ଚିମ ଓଡ଼ିଶାରେ ଆଗକୁ ଆହୁରି ବଢିବ ତାତି, ଆଜି କିଛି ଜିଲ୍ଲାରେ ବର୍ଷା

ଭୁବନେଶ୍ୱର- ରାଜ୍ୟର ପଶ୍ଚିମାଞ୍ଚଳରେ ଦିନ ତାପମାତ୍ରା ଆଗକୁ ଆହୁରି ବଢିପାରେ । ଗତ ୨୪ ଘଂଟାରେ ବଲାଙ୍ଗୀର ସହରର ତାପମାତ୍ରା ୪୨ ଦଶମିକ ୨ ରେକର୍ଡ ହୋଇଥିଲା ।ଟିଟିଲାଗଡ଼ରେ ୪୧ ଦଶମିକ ୬, ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୧ ଦଶମିକ ୫ ଡିଗ୍ରୀ ରହିଥିଲା । ଆଗକୁ ଆହୁରି ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରାଯାଇଛି । ଏପଟେ ଆଜିଠାରୁ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୬ ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୨୪ ଘଂଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

Comments are closed.