ଓଡ଼ିଶାକୁ ଆଉ ଏକ ଜାତୀୟସ୍ତରୀୟ ପୁରସ୍କାର : ‘ଓ୍ବାଟର୍ ଡାଇଜେଷ୍ଟ ଓ୍ବାଟର୍ ଆଓ୍ବାର୍ଡ୍ସ’ରେ ସମ୍ମାନିତ

ଭୁବନେଶ୍ୱର- ଶ୍ରେଷ୍ଠ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଓଡ଼ିଶା ଉଠା ଜଳସେଚନ ନିଗମକୁ ଜାତୀୟସ୍ତରରେ ‘ଓ୍ବାଟର୍ ଡାଇଜେଷ୍ଟ ଓ୍ବାଟର୍ ଆଓ୍ବାର୍ଡ୍ସ’ରେ ସମ୍ମାନିତ କରାଯାଇଛି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ସ୍ୱଳ୍ପ ବ୍ୟୟରେ ପ୍ରକଳ୍ପର ସଫଳ କାର୍ଯ୍ୟାନ୍ଵୟନ ଦ୍ୱାରା ଚାଷୀଙ୍କ ଉତ୍ପାଦନ ବୃଦ୍ଧି ହୋଇଛି । ଏଥିସହ ସାମାଜିକ-ଅର୍ଥନୈତିକ ଉନ୍ନତିର ଧାରା ଆହୁରି ତ୍ୱରାନ୍ୱିତ ହେଉଛି।

Comments are closed.