ଲଗାତର ଚତୁର୍ଥ ଥର ପାଇଁ ମାଲ ପରିବହନରେ ପୂର୍ବତଟ ରେଳପଥ ଦେଶରେ ପ୍ରଥମ

ଭୁବନେଶ୍ୱର- ୨୦୨୧-୨୨ ଆର୍ଥିକ ବର୍ଷରେ ଅର୍ଥାତ୍‌ ପୂର୍ବତଟ ରେଳପଥ ସର୍ବାଧିକ ମାଲ୍‌ ପରିବହନ କରି ଶୀର୍ଷ ସ୍ଥାନ ହାସଲ କରିଛି। ଲଗାତର ଚତୁର୍ଥ ଥର ପାଇଁ ପୂର୍ବତଟ ରେଳପଥ ମାଲ ପରିବହନରେ ଦେଶରେ ଶୀର୍ଷ ସ୍ଥାନରେ ରହିଛି। ୨୦୨୧-୨୨ରେ ପୂର୍ବତଟ ରେଳପଥ ୨୩୨.୧୩ ନିୟୁତ ଟନ୍‌ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ୨୦୪.୯୦ ନିୟୁତ ଟନ୍‌କୁ ଅତିକ୍ରମ କରିଛି। ଯାହାକି ୧୩.୨୮% ଅଭିବୃଦ୍ଧି। ଏ ବାବଦରେ ପୂର୍ବତଟ ରେଳପଥ ପ୍ରାୟ ୨୩ ହଜାର ୧୨ କୋଟି ଟଙ୍କା ଆୟ କରିଛି। ଏହା ଭାରତୀୟ ରେଳପଥରେ ସର୍ବାଧିକ। ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ ତାଳଚେର ଅଞ୍ଚଳରୁ ୫୨.୮ ନିୟୁତ ଟନ୍‌ ପଣ୍ୟ ବୋଝେଇ କରିଥିବା ବେଳେ ପାରାଦୀପ ଅଞ୍ଚଳରୁ ୨୧.୬ ନିୟୁତ ଟନ୍‌, ଷ୍ଟିଲ୍‌ ପ୍ଲାଣ୍ଟଗୁଡ଼ିକରୁ ୨୧ ନିୟୁତ ଟନ୍‌, ଧାମରା ଅଞ୍ଚଳରୁ ୧୫.୨ ନିୟୁତ ଟନ୍‌, ବିଶାଖାପାଟଣା ଅଞ୍ଚଳରୁ ୧୪ ନିୟୁତ ଟନ୍‌, କୋଟ୍ଟଭଲସା ଅଞ୍ଚଳରୁ ୧୩.୭ ନିୟୁତ ଟନ୍‌, ଗଙ୍ଗାଭରମ ଅଞ୍ଚଳରୁ ୯.୯ ନିୟୁତ ଟନ୍‌, ଅଲୁମିନିୟମ୍‌ ୮ ନିୟୁତ ଟନ୍‌ ଓ ଅନ୍ୟାନ୍ୟ ପଣ୍ୟ ପରିବହନ ୨୦.୬ ନିୟୁତ ଟନ୍‌ ପରିବହନ କରାଯାଇଛି। ଖୋର୍ଦ୍ଧାରୋଡ୍‌, ୱାଲଟିୟର୍‌ ଓ ସମ୍ବଲପୁର ରେଳମଣ୍ଡଳର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇଛି।

Comments are closed.