ଦୁଇ ବର୍ଷ ପରେ ଦେଶରେ ୧୦୦୦ ରୁ କମ୍ କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାର ତଳମୁହାଁ ଗତି ଜାରି ରହିଛି । ପ୍ରାୟ ଦୁଇ ବର୍ଷ ପରେ ଭାରତରେ ଏକ ହଜାରରୁ କମ୍ କରୋନା ମାମଲା ରିପୋର୍ଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୁଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ ୭୧୫ ଦିନ ପରେ ଭାରତରେ ଏକ ହଜାରରୁ କମ୍ କରୋନା ମାମଲା ରୁଜୁ ହୋଇଛି।

କରୋନା ସଂକ୍ରମଣ ଜନିତ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ବଡ଼ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ କେବଳ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ଅର୍ଥାତ୍ ରବିବାର ଦିନ କରୋନାରୁ ୮୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ସମୁଦାୟ ୫,୨୧,୩୫୮ ଲୋକ ପ୍ରାଣ ହରାଇଛନ୍ତି ।

ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ଦୀର୍ଘ ସମୟ ପରେ ସକ୍ରିୟ ମାମଲା ୧୩ ହଜାରରୁ କମ୍ ହୋଇଛି । କରୋନା ର ସକ୍ରିୟ ରୋଗୀ ୧୨,୫୯୭ କୁ ଖସି ଆସିଛନ୍ତି । ଭାରତରେ ୭୧୪ ଦିନ ପରେ ସକ୍ରିୟ ମାମଲା ୧୩ ହଜାରରୁ କମ୍ ହୋଇଛି । ଏହି ସମୟରେ ଦୈନିକ ସଂକ୍ରମଣ ହାର ୦.୨୯ ପ୍ରତିଶତ ରେକର୍ଡ କରାଯାଇଛି ।

Comments are closed.