ଧାନ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ଟ୍ରକ ଜବତ ୨ ଗିରଫ

ବୌଦ୍ଧ : ବୌଦ୍ଧ ସହର ଦେଇ ଯାଇଥିବା ବାଇପାସ୍ ରାସ୍ତାରୁ ଏକ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ୍ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ । ଧାନ ବୋଝେଇ ଟ୍ରକରେ ଗଞ୍ଜେଇ ରଖି ଚାଲାଣ କରୁଥିବା ବେଳେ ଟ୍ରକଟିକୁ ଜବତ୍ କଲା ପୋଲିସ୍ । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଏବଂ ହେଲପର ଗିରଫକୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ ପୋଲିସ୍ କୌଣସି ଏକ ସୂତ୍ରରୁ ଖବର ପାଇ ବ୍ରିଜ ଛକ ଜଗି ରହିଥିଲା । ଟ୍ରକଟି ସେହି ବାଟ ଦେଇ ଯାଉଥିବା ବେଳେ ପୋଲିସ ଟ୍ରକଟିକୁ ଅଟକାଇଥିଲା । ସେଥିରେ ଧାନ ବୋଝେଇ ହୋଇଥିବା ବେଳେ ଟ୍ରକ୍ ଉପରେ ୬ଟି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ।
ଟ୍ରକଟିକୁ ଜବତ୍ କରି ଥାନାକୁ ଆଣିବ ସହିତ ଟ୍ରକ୍ ଡ଼୍ରାଇଭର ଏବଂ ହେଲପରକୁ ପଚରାଉଚରା ଜାରି ରଖିଛି । ତେବେ ଜବତ ଗଞ୍ଜେଇର ପରିମାଣ କେତେ ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ଗଞ୍ଜେଇ କିଏ ଚାଲାଣ କରୁଥିଲା କେଉଁଠିକୁ ଚାଲାଣ ହେଉଥିଲା ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Comments are closed.