ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର – ରାଜ୍ୟର ୧୦୫ ପୌରାଞ୍ଚଳରେ ଆଜି ଉପାଧ୍ୟକ୍ଷ ନିର୍ବାଚନ ହେଉଛି । ସକାଳ ୧୧ରୁ ୧୨ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ୧୨ଟା ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଗୋଟାଏ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଦିନ ସାଢ଼େ ଗୋଟାଏରୁ ୩ଟା ୩୦ ଯାଏ ମତଦାନ ହେବ । ମତଦାନ ପରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । କଟକ ମହାନଗର ନିଗମରେ ଡେପୁଟି ମେୟର ନିର୍ବାଚନ ମଧ୍ୟ ଆଜି ହେବ ।

Comments are closed.