ସୁଧ ହାର ଅପରିବର୍ତ୍ତିତ ରଖିଲା ଆରବିଆଇ

ମୁମ୍ବାଇ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ଆଜି ପ୍ରଥମ ମୁଦ୍ରା ନୀତି ଜାରି କରିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଅନେକ ଅର୍ଥନୀତିରେ ଭୌଗୋଳିକ ତିକ୍ତତାର ପ୍ରଭାବ ପଡୁଛି। ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ମଧ୍ୟ ଭାରତର ଅର୍ଥନୀତି ପ୍ରଭାବିତ ହୋଇପାରେ । ଆମର ଅର୍ଥନୈତିକ ବିକାଶ ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇପାରେ, ତେଣୁ ଏହା ଭାରତ ପାଇଁ ଏକ ଚ୍ୟାଲେଞ୍ଜିଂ ସମୟ।

ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି ସମୀକ୍ଷାରେ ନୀତିଗତ ହାରରେ କୌଣସି ପରିବର୍ତ୍ତନ କରିନାହିଁ ଏବଂ ରେପୋ ହାରକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହା ବ୍ୟତୀତ, ରିଭର୍ସ ରେପୋ ହାରକୁ ୪୦ ବେସିସ୍ ପଏଣ୍ଟ ବଢ଼ଇ ୩.୭୫ ପ୍ରତିଶତ ବୃଦ୍ଧି କରାଯାଇଛି | ଏହା ବ୍ୟତୀତ ନଗଦ ସଂରକ୍ଷଣ ଅନୁପାତ ମଧ୍ୟ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି | ସୂଚନାଯୋଗ୍ୟ, ଏହା ହେଉଛି କ୍ରମାଗତ ୧୧ ତମ ମୁଦ୍ରା ନୀତି ଯେଉଁଥିରେ ଆରବିଆଇ ପ୍ରମୁଖ ହାର ଗୁଡିକରେ କୌଣସି ପରିବର୍ତ୍ତନ କରିନାହିଁ |

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବ ଏବଂ ନୀତିଗତ ହାର ଉପରେ ଆରବିଆଇର ଆଭିମୁଖ୍ୟ ସ୍ଥିର ରହିବ। ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ଏବଂ ଏପ୍ରିଲ୍-ଜୁନ୍ ୨୦୨୨ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୬.୩ ପ୍ରତିଶତ ବୋଲି ଆକଳନ କରାଯାଇଛି |

Comments are closed.