ୟୁକ୍ରେନର ରେଳ ଷ୍ଟେସନ ଉପରେ ରୁଷର ରକେଟ୍ ମାଡ଼, ୩୦ରୁ ଊର୍ଦ୍ଧ୍ବ ମୃତ, ୧୦୦ ରୁ ଅଧିକ ଆହତ

କିଭ୍: ୟୁକ୍ରେନର ଏକ ରେଳ ଷ୍ଟେସନ ଉପରେ ରୁଷ ରକେଟ୍ ଆକ୍ରମଣ କରିଛି । ରୁଷର ଏହି ଆକ୍ରମଣରେ ୩୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନ ରେଳ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। କ୍ରାମାଟରସ୍କ ଷ୍ଟେସନ ଉପରେ ରୁଷ ଏହି ଆକ୍ରମଣ କରିଛି। ରୁଷର ଆକ୍ରମଣ ସମୟରେ ୟୁକ୍ରେନର ଯେଉଁ କେତୋଟି ରେଳ ଷ୍ଟେସନ କାର୍ଯ୍ୟ କରୁଛି, ସେଥିମଧ୍ୟରୁ କ୍ରାମାଟର୍ସ ଅନ୍ୟତମ |

ୟୁକ୍ରେନର ରେଳ ମୁଖ୍ୟ କହିଛନ୍ତି ଯେ ଷ୍ଟେସନ ଉପରେ ଦୁଇଟି ରକେଟ୍ ମାଡ଼ ହୋଇଛି। କ୍ରାମାଟର୍ସ ଷ୍ଟେସନ୍ ପୂର୍ବ ୟୁକ୍ରେନ ପାଇଁ ଗମନାଗମନର ଏକ ପ୍ରମୁଖ ମାଧ୍ୟମ ଥିଲା | ଡୋନେସ୍କର ଆଞ୍ଚଳିକ ଗଭର୍ଣ୍ଣର କହିଛନ୍ତି ଯେ ପୋଲିସ ଏବଂ ଉଦ୍ଧାରକାରୀ କର୍ମଚାରୀ ବହୁ ସଂଖ୍ୟକ ମୃତଦେହ ପାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ରକେଟ୍ ଆକ୍ରମଣ ସମୟରେ କ୍ରାମାଟର୍ସ ଷ୍ଟେସନରେ ହଜାର ହଜାର ଲୋକ ଉପସ୍ଥିତ ଥିବା ସେ ଦାବି କରିଛନ୍ତି।

Comments are closed.