ସମ୍ବଲପୁର :ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡା ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି l ଜନ ଆରୋଗ୍ୟ ସମିତି ର ସଭ୍ୟ ଶ୍ରୀଯୁକ୍ତ ହୀରାଲାଲ ବେହେରା ଙ୍କ ଉପସ୍ତିତିରେ ବରିଷ୍ଠ ନାଗରିକ ପରିଷଦ ର ୩୫ ଜଣ ସଦସ୍ୟ ଙ୍କୁ ବିଭିର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ଯୋଗାଇ ଦିଆଯାଇଥିଲା l ରକ୍ତଚାପ, ମଧୁମେହ ରୋଗ ପାଇଁ ଖାଦ୍ୟ ଓ ବ୍ୟୟାମ ଉପରେ ପରାମର୍ଶ ପ୍ରଦାନ କରାଯଇଥିଲା l ଆମ ପୃଥିବୀ, ଆମ ସ୍ୱାସ୍ଥ୍ୟ (ଆମ ଜଳ ପବନ ଓ ଖାଦ୍ୟ କୁ ସ୍ୱଚ୍ଛ ରଖିବା )ବିଷୟ ବସ୍ତୁ ଉପରେ ଏକ ଆଲୋଚନା ଚକ୍ର ମଧ୍ୟ ରଖାଯାଇଥିଲା l ଡାକ୍ତରଖାନା କୁ ଆସିଥିବା ସମସ୍ତ ରୋଗୀ ମାନଙ୍କୁ ବିଭିର୍ଣ୍ଣ ସ୍ୱାସ୍ଥ୍ୟ ବାର୍ତା ପ୍ରଦାନ କରାଯାଇଥିଲା l ଡାକ୍ତର ଦିଲୀପ କୁମାର ମୁଦୁଲି ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକମ ହୋଇଥିବାରୁ ବରିଷ୍ଠ ନାଗରିକ ପରିଷଦ ରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା l ସୁପ୍ରୀତ ନାୟକ ଗୌରାଙ୍ଗ ପ୍ରଧାନ ଖିତିସୂତା ଭୋଇ ପ୍ରଭୁତି ସହଯୋଗ କରିଥିଲେ l
Comments are closed.