ବିଏମସି ମେୟର ଭାବେ ଆଜି ଦାୟିତ୍ଵ ନେବେ ସୁଲୋଚନା ଦାସ

ଭୁବନେଶ୍ବର -ଆଜି କାର୍ଯ୍ୟଭାର ଗ୍ରହଣ କରିବେ ନବନିର୍ବାଚିତ ବିଏମ୍‌ସି ମେୟର ସୁଲୋଚନା ଦାସ। ତାଙ୍କ ସହ ସମସ୍ତ ୬୭ କର୍ପୋରେଟର ମଧ୍ୟ ଦାୟିତ୍ଵ ଗ୍ରହଣ କରିବେ। ଆଜି ଡେପୁଟି ମେୟର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏ ସମସ୍ତ ନିର୍ବାଚିତ ପ୍ରତିନିଧି ଶପଥ ଗ୍ରହଣ କରିବା ପରେ କାର୍ଯ୍ୟଭାର ଗ୍ରହଣ କରିବେ। ଏଥିପାଇଁ ବିଏମ୍‌ସି ଏକ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରିଛି। ସକାଳେ ସାଢ଼େ ୯ଟା ବେଳେ ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଶପଥ ଗ୍ରହଣ କରାଇବେ।

ଚଳିତ କର୍ପୋରେସନ୍‌ରେ ୬୭ କର୍ପୋରେଟର୍‌ଙ୍କ ମଧ୍ୟରୁ ୫୧ଜଣ ପ୍ରଥମଥର ପାଇଁ ନିର୍ବାଚିତ ହୋଇଛନ୍ତି।

Comments are closed.