ଭଗବାନଙ୍କୁ ମଧ୍ୟ ଛାଡିଲେନି ଦୁର୍ବୃତ୍ତ, ବରଗଡ଼ ଶ୍ରୀରାମ ମନ୍ଦିରରୁ ମୂର୍ତ୍ତି ଚୋରି

ବରଗଡ଼: ବରଗଡ଼ ସହରର ବ୍ରହ୍ମ ବିହାର ଗୋରୁ ମାର୍କେଟ ସ୍ଥିତ ଶ୍ରୀରାମ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିବାର ଖବର ମିଳିଛି। ଏଠାରେ ଗତକାଲି ବିଳମ୍ବିତ ରାତ୍ରିରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ପିତ୍ତଳ ମୂର୍ତ୍ତି ସହିତ ଦାନ ବାକ୍ସ ଚୋରି ହୋଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ତଦନ୍ତ କରୁଛି। ରାମ ନବମୀ ପୂର୍ବରୁ ଏହି ଘଟଣା ଘଟିଥିବା କାରଣରୁ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Comments are closed.