ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ହ୍ୟାକର୍ ସିଏମ୍ଓ ହ୍ୟାଣ୍ଡେଲର ପ୍ରୋଫାଇଲ୍ ଫଟୋ ଏବଂ ବ୍ୟାନର ଫଟୋ ବଦଳାଇ ଦେଇଛି | କେବଳ ଏତିକି ନୁହେଁ, ହ୍ୟାକର୍ ଶହ ଶହ ୟୁଜରଙ୍କୁ ଟ୍ୟାଗ୍ କରି ଯୋଗୀଙ୍କ ହ୍ୟାଣ୍ଡଲରୁ ଅନେକ ଟ୍ୱିଟ୍ ମଧ୍ୟ କରିଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଯୋଗୀଙ୍କ ଅଫିସିଆଲ୍ ଟ୍ବିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା କୁହାଯାଇଛି ।

ଯୋଗୀଙ୍କ ଟ୍ବିଟର ହ୍ୟାଣ୍ଡଲରୁ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଅସ୍ବାଭାବିକ କାର୍ଯ୍ୟ ଲକ୍ଷ୍ୟ କରାଯାଇଥିଲା | ରାତି ପ୍ରାୟ ୧.୧୦ ମିନିଟରେ ଯୋଗୀଙ୍କ ଆକାଉଣ୍ଟ ରିଷ୍ଟୋର୍ ହୋଇଥିଲା |

Comments are closed.