ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ତବ କର ଅସ ବିମୋହ ଅବ ନାହିଁ ।
ରାମକଥା ପର ରୁଚି ମନ ମାହିଁ ॥
କହହୁ ପୁନୀତ ରାମ ଗୁନ ଗାଥା ।
ଭୁଜଗରାଜ ଭୁଷନ ସୁରନାଥା ॥

ଭାବାର୍ଥ :- ପାର୍ବତୀ କହିଲେ, ପ୍ରଥମେ ଯେପରି ମୋ ମନରେ ମୋହ ରୂପ ଅଜ୍ଞାନତା ଥିଲା, ଏବେ ସେପରି ନାହିଁ, ଏଵେ ମୋ ମନରେ ରାମକଥା ଶୁଣିବାପାଇଁ ରୁଚି ଜନ୍ମିଛି । ଶେଷନାଗକୁ ନିଜ ଗଳାରେ ଅଳଙ୍କାର ରୂପେ ଧାରଣ କରୁଥିବା ସମସ୍ତ ଦେବଗଣଙ୍କ ନାଥ ! ଆପଣ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଗୁଣ ଓ ଚରିତ୍ରର ପବିତ୍ର କଥା କୁହନ୍ତୁ ।

Comments are closed.